ବିଭିନ୍ନ ଦାବିପୂରଣ ପାଇଁ ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ଶକ୍ତିପଦର୍ଶନ |


 ଭୁବନେଶ୍ବର: ବିଭିନ୍ନ ଦାବିପୂରଣ ପାଇଁ ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ବିଶାଳ ରାଲିରେ ୧୦ ଦଫା ଦାବି  ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ଡ୍ରାଇଭମାନେ ରାଲିରେ ଯାଇ ନବୀନ ନିବାସ ଘେରାଉ କରିବେ ବୋଲି ସୂଚନା ମିଳିଛି। ଆଜି ଭୋରରୁ ରାଜ୍ୟର ବିଭିନ୍ନ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ମାଷ୍ଟରକ୍ୟାଣ୍ଟିନ୍ ଛକରେ ସେମାନେ ଏକତ୍ରୀତ ହୋଇଛନ୍ତି।  ଡ୍ରାଇଭରଙ୍କ ସମାଗମରୁ ଭୁବନେଶ୍ବରର ରାସ୍ତାଘାଟଗୁଡ଼ିକ ଜାମ୍ ହୋଇଥିବା ଦେଖିବାକୁ ମିଳିଛି| ବାଣୀବିହାର, ରାଜମହଲ , ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଆଦି ଛକରେ ରାସ୍ତା ଜାମ୍ ହୋଇଛି। ତାଙ୍କର ପ୍ରମୁଖ ଦାବିହେଉଛି   :-ଡ୍ରାଇଭରଙ୍କୁ ଦ୍ବିତୀୟ ସୈନିକର  ମାନ୍ୟତା ଦେବା ସହ ସେମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ ଲାଗି ଆଇନ ପ୍ରଣୟନ  ଦାବି କରିଛି ସଂଘ। ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଓ ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି, ୫୫ ବର୍ଷ ପରେ ପେନସନ ଦେବାକୁ ମଧ୍ୟ ଦାବି କରିଛି ।ଏଥିସହ ଡ୍ରାଇଭର ଆବାସ ଯୋଜନାରେ ଗୃହନିର୍ମାଣ, ଡ୍ରାଇଭରଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ଲାଗି ବ୍ୟବସ୍ଥା କରାଯିବାକୁ ମଧ୍ୟ ସଂଘ ଦାବି କରିଛି।

Previous Post Next Post